କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଞ୍ଜୟ ସାହୁ ସମ୍ମାନିତ

ଓଡ଼ିଆ ଦୈନିକ ଖବରକାଗଜ ‘ସ୍ୱାଧିକାର’ ର ସପ୍ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି । ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଏହି ବିଶେଷାଙ୍କ ଉନ୍ମୋଚନ କରିବା ପରେ ଜୟଦେବ ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ଜଳ ସମ୍ପଦ, ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ରାଜ୍ୟ ସରକାରଙ୍କ ‘ମୋ ପରିବାର’ର ଆବାହକ ତଥା ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ, ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ତଥା କର୍ପୋରେଟ ସଂସ୍ଥା ମାନଙ୍କ ପ୍ରତିନିଧିଙ୍କୁ ପୁରସ୍କୃତ କରାଯାଇଥିଲା । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (କର୍ପୋରେଟ କମୁନିକେସନ) ସଞ୍ଜୟ ସାହୁଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ତାଙ୍କୁ ଉପଢୌକନ ଓ ସ୍ମାରକୀ ଦେଇ ସମ୍ମାନୀତ କରିଥିଲେ । ନିଜର କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ମାନେ ସଞ୍ଜୟ ସାହୁଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

ଦୈନିକ ସ୍ୱାଧିକାର ଅଳ୍ପଦିନ ଭିତରେ ଅଗ୍ରଣୀ ସମ୍ବାଦପତ୍ର ମାନଙ୍କ ମଧ୍ୟରେ ପରିଗଣିତ ହୋଇପାରିବା ଏହାର ଲୋକପ୍ରିୟତା ପ୍ରମାଣ କରୁଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମଗ୍ର ଦେଶରେ ବର୍ତ୍ତମାନ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଯେଉଁ ଅବକ୍ଷୟ ଘଟୁଛି ସେତେବେଳେ ସମ୍ବାଦପତ୍ର ଗୁଡିକ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ । ସମାଜକୁ ଦିଗଦର୍ଶନ ଦେବା କ୍ଷେତ୍ରରେ ସମ୍ବାଦପତ୍ରର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହା ସାମ୍ବାଦିକ ମାନେ ନିର୍ଭୀକ ଭାବେ ସମ୍ପାଦନ କରିବାକୁ ବିଶିଷ୍ଟ ଅତିଥି ଭାବେ ମତ ଦେଇଥିଲେ । ସ୍ୱାଧିକାରର ସମ୍ପାଦକ ଅକ୍ଷୟ କୁମାର ପତି ସମ୍ପାଦପତ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 4 =