5ଟି ପ୍ରଭାବ : ପୂର୍ବତ୍ତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭବାନୀପାଟଣା: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ ସହନଶୀଳତା ଆଭିମୁଖ୍ୟରେ ଆଜି ଜଣେ ବିଜେଡିର ପୂର୍ବତ୍ତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଇଛି । କିଛି ଦିନ ପୂର୍ବେ ଜଣେ ଆଇଏଏସ ଅଫିସର ଗିରଫ ହୋଇଥିବା ବେଳେ ଲୋକ ପ୍ରତିନିଧି ବି ଛାଡ଼ ପାଉନାହାନ୍ତି ।

ଭବାନୀପାଟଣା ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଚଢାଉ ହୋଇଛି । କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍‌ ତାଙ୍କ ଭବାନୀପାଟଣା ଘର, ମଦନପୁର ରାମପୁରରେ ଥିବା ଲଜ ବାର ସମେତ ଭବାନୀପାଟଣାରେ ନୂଆ କରି ତିଆରି ହେଉଥିବା ଲଜ୍‌ରେ ଏକାସାଙ୍ଗରେ ରେଡ୍‌ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 4 =