ଗ୍ଲୋବାଲ ମାନଚିତ୍ରରେ ରାଉଲକେଲା

୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ ଓଡିଶା

ଭୁବନେଶ୍ୱର () ଦେଶର କ୍ରଡା ରାଜଧାନୀ ଭାବେ ପରିଚିତ ଓଡ଼଼ିଶା ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼଼ ଖୁସି ଖବର ଆଣିଛି । ୨୦୨୩ ପୁରୁଷ ବିଶ୍ୱକପର ଆୟୋଜନ ଦାୟିତ୍ୱ ପୁଣିଥରେ ଓଡ଼ିଶାକୁ ମିଳିଛି । ୨୦୧୮ ବିଶ୍ୱକପର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ବୁଧବାର ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏହି ଘୋଷଣା କରିଛନ୍ତି ।

୨୦୨୩ ବିଶ୍ୱକପ ଆୟୋଜନ ପାଇଁ ତିନୋଟି ରାଷ୍ଟ୍ର ମଧ୍ୟରେ ବିଡିଂ ପ୍ରତିଯୋଗିତା ହୋଇଥିଲା । ମାଲେସିଆ, ବେଲଜିଅମ ଓ ଭାରତ । ତେବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଭାରତ ଏହି ବିଡିଂ ପ୍ରକ୍ରିୟାରେ ଜିତିଥିଲା । ହକି ଇଣ୍ଡିଆ ଏହି ମହାକୁମ୍ଭର ଆୟୋଜନ ପାଇଁ ଓଡିଶାକୁ ବାଛିଛି । ଦେଶ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ ଏକ ସମ୍ମାନର ପ୍ରଶ୍ନ ହୋଇଥିଲା ବେଳେ ଓଡିଶାରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଏହି ମେଗା ଇଭେଣ୍ଟର ଆୟୋଜନ ହେବ ।

ରାଉଲକେଲାର ପାନପୋଷ ଛାତ୍ରାବାସ ଦେଶରେ ହକିର ଧମନି । ଏବଂ ପୁରୁଷ ବିଶ୍ୱକପର ଆୟୋଜନ ହକି ପ୍ରତି ସୁନ୍ଦରଗଡ ଜିଲ୍ଲାର ଯୋଗଦାନକୁ ଏହା ଏକ ସମ୍ମାନ ହେବ । ଏଥିପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ରାଉଲକେଲାର ନାମ ସୁପାରିଶ କରିଥିଲେ । ଏହାଦ୍ୱାରା ରାଉଲକେଲା ଏଣିକି ଗ୍ଲୋବାଲ ମାନଚିତ୍ରରେ ସ୍ଥାନ ପାଇବା ସହ ଏହି ଅଂଚଳର ବିକାଶ ହେବ । ତେବେ ୨୦୨୩ରେ ହେବାକୁଥିବା ବିଶ୍ୱକପ୍ କେବଳ ଭୁବନେଶ୍ୱରରେ ଖେଳାଯିବ ନାହିଁ । ବିଶ୍ୱକପର କିଛି ମ୍ୟାଚ୍ ହକି ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଅ ।ୟୋଜିତ ହେବ ।

ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ଏବଂ ଓଡ଼ି଼ିଶା ସରକାରଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼଼ା ସଚିବ ବିଶାଲ ଦେବ, କ୍ରୀଡ଼଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, ଫାଇଭ୍-ଟି ସଚିନ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଏହାସହ ରାଜ୍ୟର ସବୁ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ନଭେମ୍ବର ୮ ତାରିଖରେ ପୁରୁଷ ହକି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ଦ୍ୱିତୀୟ ଥର ପାଇଁ ସୁଯୋଗ ଦିଆଯାଇଥିଲା । ଏହା ସହ ଭାରତର ଲଗାତାର ଦୁଇ ଥର ବିଶ୍ୱକପ ଟୁର୍ଣ୍ଣାମେଟ ଆୟୋଜନ କରିବାର ପ୍ରଥମ ଦେଶ ହୋଇଛି । ୨୦୨୩ ମସିହାର ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତ ଆୟୋଜନ କରିବା ନେଇ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (ଏଫଆଇଏଚ) ଘୋଷଣା କରିଥିଲା ।

୨୦୨୩ ମସିହା ଜାନୁଅ ।ରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ବିଶ୍ୱ ଅ ।ୟୋଜନ ହେବ । ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରଣ କରିବ ବୋଲି ହକି ମହାସଂଘ ଘୋଷଣା କରିଥିଲା । ଏହାସହ ଅ ।ୟୋଜକ ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଏନେଇ ଏଫଅ ।ଇଏଚ ଅନୁମତି ପ୍ରଦାନ କରିଛି । ଏହିପରି ଭାରତ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ହାସଲ କରିବାରେ ପ୍ରଥମ ଦେଶ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

3 × five =