ବିଜେପି ସଦସ୍ୟମାନେ ଅଯଥାରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି

ଭୁବନେଶ୍ୱର() ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ୟ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ ବିପର୍ୟ୍ୟୟ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ୟ୍ୟୟ ଭାବେ ଘୋଷଣା କରିଛନ୍ତି । ଏଭଳି ବିପର୍ୟ୍ୟୟର ମୁକାବିଲା ପାଇଁ ଅର୍ଥର ଅଭାବ ରହିବ ନାହିଁ , ଅଧିକ ଅର୍ଥରାଶି ଯୋଗାଇବା ପାଇଁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହେଲେ କରୋନାକୁ ନେଇ ରାଜନୀତି କରୁଛି ବିଜେପି । ବିଜେପି ରାଜ୍ୟ ନେତୃବୃନ୍ଦ ଅଯଥା ବୟାନବାଜି କରୁଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜେଡ଼ିର ରାଜ୍ୟ ନେତୃତ୍ୱ ରାଜ୍ୟ ସରକାରଙ୍କ ଉପରେ ଅଯଥାରେ ଦୋଷାରପ କରୁଛନ୍ତି । ବିରୋଧୀ ଦଳ ନେତାଙ୍କ ଓ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ମାର୍ଚ୍ଚ ୩୦ ତାରିଖ ଦିନ ୧୦.୩୦ ପର୍ୟ୍ୟନ୍ତ ବିଧାନସଭା ମୁଲତବି ରଖାଯାଇଛି । ହେଲେ ଦୁର୍ଭାଗ୍ୟବଶତଃ ରାଜ୍ୟ ସରକାର ପଳାୟନ କରିଛନ୍ତି ବୋଲି ବିଜେପି ବୟାନବାଜି କରୁଛି । ଏନେଇ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହହାଯାଛଇି ।

ସୂଚନା ଅନୁସାରେ, ‘ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି। ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ହାତ ଧୁଆଇ ସ୍ୱଚ୍ଛତା ଶିଖାଉଛନ୍ତି।’ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ଏପରି ବର୍ଷିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

Share

Leave a Reply

Your email address will not be published. Required fields are marked *

3 × 4 =