କରୋନା ପାଇଁ ପଶ୍ଚିମବଙ୍ଗର ସମସ୍ତ ସ୍କୁଲ କଲେଜ ବନ୍ଦ

ପଶ୍ଚିମବଙ୍ଗ()  ପଶ୍ଚିମବଙ୍ଗ ସରକାର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୬ ମାର୍ଚ୍ଚ ଠାରୁ ଆରମ୍ଭ କରି ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି ।

ସାରା ବିଶ୍ୱରେ କରୋନା ପାଇଁ ୫ ହଜାର ଲୋକ ପ୍ରାଣ ହରାଇସାରିଛି । ଭାରସର ସଂକ୍ରମଣ ଭୟାବହତାକୁ ନଜରରେ ରଖି ସତର୍କ ରହିବାକୁ ଏପରି ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ସ୍କୁଲ, କଲେଜ ବନ୍ଦ ରହିବା ସହ ମେଡ଼ିକାଲ ଗୁଡ଼ିକୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସେପଟେ କରୋନା ପାଇଁ ଭାରତରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 

 

Share

Leave a Reply

Your email address will not be published. Required fields are marked *

twenty − seventeen =