ପ୍ରଦୂଷଣକାରୀ ଶିଳ୍ପର ହେବ ନିୟମିତ ଯାଞ୍ଚ

ଭୁବନେଶ୍ୱର () ବୃଦ୍ଧି ପାଉଥିବା ଶିଳ୍ପାୟନ ପ୍ରକ୍ରିୟା ଯୋଗୁଁ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ ଓ ଜଳ ଉତ୍ସ । ଏଥିପାଇଁ ଏଣିିକି ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥାଗୁଡିକୁ ବର୍ଗୀକରଣ କରାଯିବ । ତଦନୁଯାୟୀ ସେମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରି ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ପ୍ରଦୂଷଣ ଆଇନର ଉଲଂଘନ କରୁଥିବା ଶିଳ୍ପଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣର ଅଧ୍ୟକ୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଦେଇଛନ୍ତି ।

କିଛି ମାସ ପୂର୍ବେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ପ୍ରଦୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାଦ୍ୱାରା ଜନଜୀବନ ସହ ପଶୁପକ୍ଷୀଙ୍କ ଉପରେ କୁପ୍ରଭାବ ପକାଉଛି । ପରିବେଶ ପ୍ରଦୂଷଣର ଏହି ଚିନ୍ତାଜନକ ସ୍ଥିତିକୁ ବିଚାର କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣର ଅଧ୍ୟକ୍ଷ ଏସ.ପି. ସିଂହ ପରିହାର ନିକଟରେ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥାର ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧୀକରଣ ଗୁଡିକ ଏହି ସୁପାରିଶ ଆଧାରରେ ନିଜ ନିଜ ଅଂଚଳରେ ଶିଳ୍ପଗୁଡିକୁ ବର୍ଗୀକରଣ କରି ୧୫ ଦିନ ମଧ୍ୟରେ କି କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନିଆଯାଇଛି ତାହା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧୀକରଣର ଏହି ଚିଠି ଅନୁଯାୟୀ ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବର୍ଜବସ୍ତୁ ଦ୍ୱାରା ନଦୀ ନାଳ ଓ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଏହାକୁ ରୋକିବାକୁ ସର୍ବଧିକ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପ୍ରଦୂଷଣକାରୀ ଶିଳ୍ପସଂସ୍ଥାଗୁଡିକୁ ଅତି ପ୍ରଦୂଷଣକାରୀ ସହ ରେଡ, ଅରେଂଜ ଓ ଗ୍ରୀନ କାଟାଗୋରୀ କରାଯିବ । ୧୭ ପ୍ରକାର ଶିଳ୍ପକୁ ଅତିପ୍ରଦୂଷଣକାରୀ ଭାବେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ ଚିହ୍ନଟ କରିଛନ୍ତି । ଏହିସବୁ ଶିଳ୍ପସଂସ୍ଥାର ପ୍ରଦୂଷଣ ମାତ୍ରା ଏବଂ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ପ୍ରତି ତିନି ମାସରେ ଯାଞ୍ଚ କରାଯିବ । ସେହିଭଳି ରେଡ କାଟାଗୋରୀ ଶିଳ୍ପକୁ ୬ ମାସରେ ଏବଂ ଅରେଂଡ କାଟାଗୋରୀ ଶିଳ୍ପକୁ ପ୍ରତି ବର୍ଷ ଯାଞ୍ଚ କରାଯିବ । ସେହିଭଳି ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣାଧିନ ଥିବା ଶିଳ୍ପ ଅର୍ଥାତ ଗ୍ରୀନ କାଟାଗୋରୀ ଶିଳ୍ପ ଉପରେ ସତର୍କ ଦୃଷ୍ଟି ରଖାଯିବ ।

Share

Leave a Reply

Your email address will not be published. Required fields are marked *

15 + 18 =