ଜିଏସଟି ସଂଗ୍ରହରେ ଓଡିଶା ପ୍ରଥମ

ଭୁବନେଶ୍ୱର() ଜିଏସଟି ବୃଦ୍ଧି ହାରରେ ପ୍ରମୁଖ ରାଜ୍ୟ ଗୁଡିକ ମଧ୍ୟରେ ଓଡିଶା ଆଗରେ ରହିଛି । ଏପି୍ରଲରୁ ଅକ୍ଟୋବର ମଧ୍ୟରେ ସଂଗ୍ରହ ହୋଇଛି ୮୬୮୩.୮୫ କୋଟି ଟଙ୍କା । ଗତ ବର୍ଷ ସଂଗ୍ରହ ହେଇଥିଲା ୬୬୭୫.୮୩ କୋଟି ଟଙ୍କା । ଓଡିଶାର ହାରାହାରି ଅଭିବୃଦ୍ଧି ହାର ୩୦.୦୮ ପ୍ରତିଶତ ରହିଛି । ରାଜ୍ୟ ଜିଏସଟି ରାଜସ୍ୱ ପୂର୍ବବର୍ଷ ତୁଳନାରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ଅକ୍ଟୋବରରେ ୮୩.୫% ଟିକସଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − fourteen =