ଦଇତାପତି ସେବକ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ପୁରୀ() ଆଜି ଦଇତାପତି ସେବକ ମାନଙ୍କ ପାଇଁ କରୋନା ଭୂତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ।

ଏହି ସଚେତନତା କାର୍ଯ୍ୟକ୍ରମ ନିଳାଦ୍ରି ଭକ୍ତ ନିବାସର କନଫରେନ୍ସ ହଲ(ପୁରୀ)ଠାରେ ଅନୁଷ୍ଠିତ ହୋଇଥିଲା ।


ସେପଟେ ଆଜି ସକାଳେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାରମ୍ପରିକ ଭଉଁରୀ ନୀତି ସମ୍ପନ୍ନ ହୋଇଛି । ଶ୍ରୀଜିଉଙ୍କ ଠାରୁ ଆଜ୍ଞାମାଳ ଆସି ଚକଡେରା ନୀତି ସମ୍ପନ୍ନ ହୋଇଥିଲା ।

ଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ବାଡରୁ ଆଜ୍ଞାମାଳ ଅସି ଏହି କାର୍ୟ୍ୟ ସମ୍ପନ୍ନ ହୋଇଥିଲା ।


ଅନ୍ୟପଟେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା ।


ଏଥି ସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାପ କଲେକ୍ସନ ଆରମ୍ଭ ହୋଇ ବୁଧବାର ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଗୁରୁବାର ୭୫ ଜଣଙ୍କର ସ୍ୱାପ ନମୁନା ସଂଗ୍ରହ ହୋଇଛି ।

Share

Leave a Reply

Your email address will not be published. Required fields are marked *

7 − 5 =