ଭଦ୍ରକ ଜିଲାରେ କାଳୀପୂଜା, କଟକରେ ମାଣବଷା, କେନ୍ଦ୍ରାପଡାରେ ଅଁଳା ନବମୀ ସ୍ଥାନୀୟ ଛୁଟି

କଟକ: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ରାଜସ୍ୱ ଅଞ୍ଚଳ ମଧ୍ୟରେ ତିନିଟି ଜିଲା ପାଇଁ ଗୋଟିଏ ଲେଖାଏଁ ଦିନକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି । ତଦନୁଯାୟୀ ଭଦ୍ରକ ଜିଲାରେ ଚଳିତ ନଭେମ୍ବର ମାସ ୫ ତାରିଖକୁ କାଳୀପୂଜା ପାଇଁ ସ୍ଥାନୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ସେହିଭଳି କଟକ ଜିଲା ପାଇଁ ଡିସେମ୍ବର ୧୬ ତାରିଖକୁ ମାଣବଷା ପାଇଁ ସ୍ଥାନୀୟ ଛୁଟିଦିବସ ଏବଂ କେନ୍ଦ୍ରାପଡା ଜିଲାରେ ନଭେମ୍ବର ୧୨ ତାରିଖକୁ ଅଁଳା ନବମୀ ପାଇଁ ସ୍ଥାନୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ଏହାଦ୍ୱାରା ନିର୍ଦ୍ଧାରିତ ଛୁଟି ଦିନରେ ସଂପୃକ୍ତ ଜିଲାର ସ୍ଥାନୀୟ ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

2 × 3 =