ଗଜପତିଙ୍କ ସହ ଶାହାଙ୍କ ଆଲୋଚନା

ଭୁବନେଶ୍ୱର() ରଥଯାତ୍ରା ନେଇ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଅମିତ ଶାହା କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଧଶରେ ଅମିତ ଶାହା କଥା ହୋଇଥିବା ସୂଚନା ମିଳିଛି । ଶାହା ଗଜପତି ମହାରାଜାଙ୍କ ସହ କଥା ହେବା ନେଇ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଏକ ରୁଦ୍ଧଦ୍ୱାର ବୈଠକ ଚାଲିଥିବା ଜଣାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ଥିବା ଜଣାଯାଇଛି ।

ପ୍ରକାଶ ଯେ, ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣୀ । ପୁରୀରେ ରଥଯାତ୍ରା ହେବ କି ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତି ଶୁଣାଇବେ ସୁପ୍ରିମକୋର୍ଟ । ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =