ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର : କୋଭିଡ କଟକଣା । ଜୀବନ ଓ ଜୀବିକା ବଞ୍ଚାଇବା ଚିନ୍ତାରେ ଥିଲେ ଅବିଭାବକ । ଏସବୁ ଭିତରେ କିନ୍ତୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ବେଶ ଭଲ କରିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଖଣ୍ଡସାହି ଭଳି ଗାଁରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରଛାତ୍ର ଛାତ୍ରୀ ମାନେ ବେଶ ସଫଳତା ପାଇଛନ୍ତି । ଚଳିତ ବର୍ଷ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟରେ ସ୍କୁଲର ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଯାହା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଅନ୍ୟ ସିବିଏସ୍‌ଇ ସ୍କୁଲ ମାନଙ୍କ ତୁଳନାରେ ରେକଡ । ସେହିଭଳି ସ୍କୁଲର ୨୭ ଜଣ ଛାତ୍ର ଛାତ୍ରୀ ଏଥର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ୩୦ ପ୍ରତିଶତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ପାଖା ପାଖି ୫୦ ପ୍ରତିଶତରୁ ଅଧିକ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ।

ଗ୍ରାମାଞ୍ଚଳର ମଧ୍ୟ ବିତ୍ତପରିବାର ଏହି ଛାତ୍ର ଛାତ୍ରୀ ମାନେ ସିବିଏସଇ ପରୀକ୍ଷାରେ ଏଭଳି ରେଜଲ୍ଟ କରିବା ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତିଙ୍କ ମାର୍ଗ ଦର୍ଶନ ଓ ଗାଁ ପରିବେଶରେ ଜାତୀୟ ସ୍ତରର ସ୍କୁଲର ଭିତ୍ତିଭୂମି ଓ ଗୁରୁକୂଳ ଭଳି ପରିବେଶ ଓ ପରିଶେଷରେ ସ୍ତୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ରହିଛି ବୋଲି ଅବିଭାବକ ମାନେ ପ୍ରକାଶ କରିଛନ୍ତି । କୋଭିଡ କଟକଣା ଭିତରେ ପାଠ ପଢା ସମସ୍ୟା ଥିଲା । ହେଲେ ସ୍କୁଲ ପକ୍ଷରୁ ଅଫଲାଇନ ପରୀକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ପୁରା ପ୍ରସ୍ତୁତ କରାଯାଇଥିଲା । ଅନଲାଇନ ପାଠ ପଢା ସହ ଛାତ୍ର ଛାତ୍ରୀଙ୍କ ଡାଉଟ କ୍ଲିଅର ଉପରେ ଶିକ୍ଷକ ଶିକ୍ଷତ୍ରୀମାନେ ଗୁରୁତ୍ୱ ଦେଉଥିଲେ । ଅଫଲାଇନ ପରୀକ୍ଷା ହୋଇଥିଲେ ବି ଆମ ପିଲାମାନେ ଆହୁରି ଭଲ ରେଜଲ୍ଟ କରିଥାନ୍ତେ ବୋଲି ଅବିଭାବକ ମାନେ କହିଛନ୍ତି ।

ସପେଟେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ କହିଛନ୍ତି କରୋନା କଟକଣା ରହିଥିଲା । ଏସବୁ ଭିତ୍ତରେ ବି ଅନଲାଇନରେ ଛାତ୍ର ଛାତ୍ରୀ ମାନେ କିପରି ପାଠ ପଢିପାରିବେ ତାର ବ୍ୟବସ୍ଥା ସ୍କୁୁଲ ପକ୍ଷରୁ ହୋଇଥିଲା । ଛାତ୍ର ଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁବେଳେ ଯୋଗା ଯୋଗରେ ରହୁଥିଲେ । ସେମାନଙ୍କର ଡାଉଟ କ୍ଲିଅର ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଥିଲା । ପରୀକ୍ଷା ହୋଇଥିଲେ ଅନେକ ଛାତ୍ର ଛାତ୍ରୀ ଆହୁରି ଭଲ କରିପାରିଥାନ୍ତେ । ଆମ ପିଲାମାନଙ୍କ ଭିତରେ ଆତ୍ମ ବିିଶ୍ୱାସ ଥିଲା ଓ ସେମାନେ ଅଫଲାଇନ ପରୀକ୍ଷା ଲାଗି ପୁରା ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି ସ୍କୁଲର ପ୍ରତିଷ୍ଠାତା ଡକ୍ଟର ଦେବ୍ ମହାନ୍ତି । ଶତପ୍ରତିଶତ ରେଜଲ୍ଟ ଲାଗି ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ସେ ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି ଧନ୍ୟବାଦ ଦେଇଛନ୍ତି । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ଜାୟୀୟ ସ୍ତରୀୟ ଭିତ୍ତିଭୂମି ସହ ଶକ୍ଷିକ ପରିବେଶକୁ ଦେଖି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସିବିଏସଇ କତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତିା ଚଳିତ ବର୍ଷ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀଲାଗି ନାମଲେଖା ହେବ ।

Share

Leave a Reply

Your email address will not be published. Required fields are marked *

fourteen + 14 =