ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ ବ୍ୟକ୍ତଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ମୃତକ ଜଣକ କୋଭିଡ ନିମୋନିଆରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମେଡିକାଲରେ ଚିକିତ୍ସା ଚାଲିଥିଲା ।

ସେହିପରି ମୟୂରଭଞ୍ଜର ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି । ମୃତକଜଣଙ୍କର କ୍ୟାନସର ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two + nine =