ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ

ପୁରୀ() ଆଜି ଉଭାଯାତ୍ରା । ରଥରେ ଆଜ୍ଞାମାଳ ବିଜେ ହୋଇଛି । ତିନିବାଡ଼ରୁ ତିନିରଥ ପାଇଁ ଆଜ୍ଞାମାଳ ବିଜେ କରାଯାଇଛି ।

ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଏହି ଦିନ ଉଭା ଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏହିଦିନ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନଟି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଜକଡ଼ାକୁ ଟାଣି ନେଇଥାନ୍ତି । ତିନି ରଥକୁ ଉତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରଙ୍କୁ ବିଜେ କରି ରଥଟଣା ଆରମ୍ଭ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

5 × 5 =