ପୁଣି ହାଥରସ ଅଭିମୁଖେ ରାହୁଲ

ଲକ୍ଷ୍ନୌ() ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ହାଥରସ ଅଭିମୁଖେ ବାହାରିଛନ୍ତି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲଙ୍କ ସହ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୩୫ ସାଂସଦ ଥିବା ସୂଚନା ମିଳିଛି । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡିଏନଡିରେ ପୋଲିସ ଛାଉଣୀ ହୋଇଛନ୍ତି ।

ସୂଚନା ଅନୁସାରେ,ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଗତକାଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପଦଯାତ୍ରାରେ ହାଥରସ ଅଭିମୁଖେ ବାହାରିଥିଲେ ।

ତେବେ ପଦଯାତ୍ରାରେ ଯାଉଥିବା ବେଳେ ପୋଲିସ ସହ ଠେଲାପେଲା ବେଳେ ରାହୁଲ ତଳେ ପଡିଯାଇଥିଲେ । ମୋତେ କେହି ଅଟକାଇ ପାରିବେ ନାହିଁ ବୋଲି ରାହୁଲ କହିଥିଲେ । ଧସ୍ତାଧସ୍ତି ପରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଥିଲା ପୋଲିସ ।

ରାହୁଲଙ୍କୁ ଅଟକ ରଖିବା ନେଇ ଉତ୍ତରପ୍ରଦେଶ ପୋଲିସ ଅଧିକାରୀ ପ୍ରତିକ୍ରିୟା ଦେଇ କହିଥିଲେ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଯିବାକୁ ଅନୁମତି ଦିଆଯାଇନି ।

Share

Leave a Reply

Your email address will not be published. Required fields are marked *

18 − sixteen =