ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ

ଭୁବନେଶ୍ବର (): ଭୁବନେଶ୍ବରରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ 23 ଗୋଟି ଡିଲକ୍ସ ବସ ସମେତ 4 ଟି ଭଲଵୋ ବସ ସେବାକୁ ସ୍ଥାନୀୟ ରାଜ୍ୟ ସଡକ ପରିବହନ କାର୍ଯ୍ୟାଳୟ ପରିସରସରୁ ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ କି 23ଟି ବସ ରାଜଧନୀରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜ ଖରିଆର, ଗୋରୁମହିଷାଣି ଓ ବୁର୍ଲା ମଧ୍ୟରେ ଯାତାୟାତ କରିବ।

ଅନ୍ୟ 4ଟି ବସ ଆନ୍ତଃ ରାଜ୍ୟ ପରିବହନ ପାଇଁ ବ୍ୟବହୃତ ହେବ ବୋଲି ଓଏସଆରଟିସି ଅଧକ୍ଷ ତଥା ପରିଚାଳନା ନିର୍ଦେଶକ କେ ବି ସିଂ ପ୍ରକାଶ କରିଛନ୍ତି। ଯାହାକି ଭୁବନେଶ୍ବର-କଲିକତା ଓ ପାରାଦୀପ-ବିଜୟୱାଡା ମଧ୍ୟରେ ଯାତାୟାତ କରିବ। ଏହା ମଧ୍ୟରେ ଯାତ୍ରୀମାନଙ୍କୁ ନିଶୁକ୍ଳ ୱାଇ ଫାଇ ସେବା, ମୋବାଇଲ ଚର୍ଜିଂ, ସିସିଟିଭି କ୍ୟାମେରା, ଭେଇକିଲ ଟ୍ରାକିଂ ସମେତ ପାନୀୟ ଜଳର ବ୍ୟବସ୍ଥା ଥିବା ପ୍ରକାଶ। ଏହି 27 ଟି ବସ ପାଇଁ 16 କୋଟି ଟଙ୍କା ବ୍ୟୟ କରାଯାଇଥିବା ସୂଚନା ରହିଛି।

ତେବେ ବର୍ତମାନ ସୁଦ୍ଧା ପରିବହନ ବିଭାଗ ପକ୍ଷରୁ 30 ଜିଲ୍ଲାର 429ଟି ବସ ଚାଲୁଥିବାବେଳେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟ ପ୍ରଦେଶ ମଧ୍ୟରେ 43 ଟି ଆନ୍ତଃରାଜ୍ୟ ବସ ଯାତାୟାତ କରୁଛି। ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଡକ ପରିବହନ ମନ୍ତ୍ରୀ ନୃସିଂହ ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

fourteen − twelve =