ରାଜ୍ୟ କଂଗ୍ରେସର ‘ପ୍ଲାନ-ବି’, ଜାଣନ୍ତୁ କଣ ଏହି ପ୍ଲାନ

ଭୁବନେଶ୍ବର ()  ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, 2019 ନିର୍ବାଚନ ଲଢେଇକୁ ଯିବା ପ୍ରସ୍ତୁତ ହୋଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକପ୍ରକାର ନିରସ୍ତ୍ର ହୋଇଯାଇଛନ୍ତି । ଏଭଳିସ୍ଥିତିରେ ସେ ଆରମ୍ଭ କରିଛନ୍ତି ପ୍ଲାନ – ବି । ଏହି ଫର୍ମୁଲାରେ ନିରଞ୍ଜନ ଆଣ୍ଡ ଟିମ ନିଜ ଦଳର ଡ୍ୟାମେଜର ଭରଣା ପାଇଁ ବାହାରେ ଥିବା ବିଜେଡି ଓ ବିଜେପିର ଅନସ୍ତୁଷ୍ଟ ନେତାଙ୍କୁ ଆମଦାନୀ କରିବାକୁ ଯୋଜନା କରିଛନ୍ତି ।

ପ୍ଲାନ – ବି ରେ ରାଜ୍ୟରେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନଜରରେ ରିଖିଛି ପିସିସି । ଏହି ପ୍ଲାନ ଅନୁସାରେ ଅସନ୍ତୁଷ୍ଟ ନେତାଙ୍କୁ ନିଜ ପଟକୁ ଆଣିବ ଦଳ । ଏହି ତାଲିକାରେ ଅଛନ୍ତି ବିଜେଡି ଛାଥିବା ନେତା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ଆସନରୁ ଜୟ ହାତ ଚିହ୍ନରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ମଧ୍ୟ କଂଗ୍ରେସରୁ ଲଢିବେ ବୋଲି କୁହାଯଉଛି । ଦାମ ବାବୁ ପାରାଦ୍ବୀପ ପରିବର୍ତ୍ତେ ତାଙ୍କ ପୁରୁଣା ସିଟ ବାଲିକୁଦା-ଏରସମା ଆସନରୁ ଲଢିବେ । ଏହା ସହ ପଞ୍ଚାନନ କାନୁନଗୋ ବି କଂଗ୍ରେସରେ ମିଶିବେ । କିନ୍ତୁ ସେ କେଉଁ ନିର୍ବାଚନମଣ୍ଡଳୀରୁ ଛିଡା ହେବେ ତାହା ସ୍ପଷ୍ଟ ହୋଇନି । ଯଜ୍ଞେଶ୍ବର ବାବୁ ବି ଏହି ତାଲିକାରେ ଅଛନ୍ତି, ଆଉ ସେ ଟିଟଲାଗଡ ଆସନକୁ ଆଖେଇଛନ୍ତି ।

ଏମାନେ ଠିକଣା ସମୟରେ କଂଗ୍ରେସର ବଳ ବଢାଇବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବି କଂଗ୍ରେସକୁ ଯିବେ। ବୈଜୟନ୍ତଙ୍କ ସମର୍ଥନରେ ବିଜୟ ପାଟକୁରା କିମ୍ବା ମହାକାଳପଡାରୁ ନିର୍ବାଚନ ଲଢିବେ । ଦିଲ୍ଲୀପ ରାୟ ପୂର୍ବରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । କିନ୍ତୁ ସେ ସୁନ୍ଦରଗଡରେ କଂଗ୍ରେସର ମଙ୍ଗ ଧିରିବେ । ସେମିତି ଆଗରୁ ନିଜର ଜଣେ ମାତ୍ର ବିଧାୟକ ଜର୍ଜ୍ଜ ତିର୍କୀକୁ କଂଗ୍ରେସକୁ ପଠାଇଥିବା ସମତାକାନ୍ତ୍ରି ଦଳର ସଭାପତି ବ୍ରଜ ତ୍ରୀପାଠୀ କୁଆଡେ ଠିକଣା ସମୟରେ କଂଗ୍ରେସ ଫୋଲଡକୁ ଆସିବେ। ସେହିଭଳି ନିଜେ ଦଳ ଘୋଷଣା କରି ନିଜ ଦଳରୁ ନିଜେ ଇସ୍ତଫା ଦେଇଥିବା ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ ବି ହାତ ଧରି କେନ୍ଦୁଝରରେ କଂଗ୍ରେର ବଳ ବଢାଇବେ ।

Share

Leave a Reply

Your email address will not be published. Required fields are marked *

three + 3 =