ସାଇବର ସୁରକ୍ଷା ଉପରେ ଫୋକସ

ଭୁବନେଶ୍ବର, (): କୌଣସି ମୁହୁର୍ତରେ ଆକ୍ରମଣ କରିପାରନ୍ତି ସାଇବର ଅପରାଧି। ଏଥିପାଇଁ ସାଇବର ସୁରକ୍ଷା ହୋଇଛି ଦେଶ ପାଇଁ ବଡ ଚ୍ୟାଲେଂଜ। ୬୧ ତମ ବରିଷ୍ଟ ପୋଲିସ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ଗୋଆ ଡିଜି ଡଃ ମୁକ୍ତେଶ ଚନ୍ଦ୍ରା। ତେଣୁ ଆର୍ଥିକ କାରବାର କରୁଥିବା ସଂସ୍ଥା କୁ ସାଇବର ସୁରକ୍ଷା ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ବ୍ୟାଙ୍କ ଓ ଆର୍ଥିକ କାରବାରକୁ ହ୍ୟାକ କରିବା ଉପରେ ନଜର ପକାଇଛନ୍ତି ସାଇବର ଅପରାଧି। ବିଗତ ବର୍ଷରେ ବଡ ବଡ ସାଇବର ଅପରାଧ ଘଟାଇଛନ୍ତି ସାଇବର ଅପରାଧି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ପୁନେର କସୋମସ ବ୍ଯାଙ୍କରୁ ୯୪ କୋଟି ଟଂକା ଗାଏବ ଘଟଣା। କେବଳ କସୋମସ ବ୍ୟାଙ୍କ ନୁହେଁ ଏହିପରି ଅନେକ ବ୍ୟାଙ୍କରେ କୋଟି କୋଟି ଟଂକା ହଡପ କରିଛନ୍ତି ସାଇବର ଅପରାଧି।

ପୋଲିସ ଭବନଠାରେ ଆୟୋଜିତ ୬୧ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗଦେଇ ଗୋଆ ଡିଜିପି ଡଃ. ଚନ୍ଦ୍ରା କହିଥିଲେ ଯେ, ଆର୍ଥିକ କାରବାର କରୁଥିବା ସଂସ୍ଥାକୁ ସାଇବର ସୁରକ୍ଷା ନେବା ନିତାନ୍ତ ଆବଶ୍ୟକ । କାରଣ ବ୍ୟାଙ୍କ ଓ ଆର୍ଥିକ କାରବାର କରୁଥିବା ସଂସ୍ଥାକୁ ସାଇବର ଅପରାଧିମାନେ ଟାର୍ଗେଟ କରିଥାନ୍ତି। ବିଗତ ବର୍ଷମାନଙ୍କରେ ସାଇବର ଅପରାଧିମାନେ ବଡବଡ ଅପରାଧ ଘଟାଇଛନ୍ତି । ଯାହାର ଜ୍ବଳନ୍ତ ଉଦହରଣ ହେଉଛି, ପୁନେର କସୋମସ ବ୍ୟାଙ୍କରୁ ୯୪ ଲକ୍ଷ ଗାଏବ । କେବଳ ଏହି ଗୋଟିଏ ଘଟଣା ନୁହେଁ ସାଇବର ଅପରାଧିମାନେ ଅନେକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଗାଏବ କରି ନେଇଛନ୍ତି ।

କେବଳ ବ୍ୟାଙ୍କ ନୁହେଁ, ବରଂ ପରିବହନ କ୍ଷେତ୍ର, ଶକ୍ତି ସଂଚାଳନ ଓ ଆର୍ଥିକ କାରବାର କରୁଥିବା ସଂସ୍ଥା ଉପରେ ସାଇବର ଅପରାଧିଙ୍କ ନଜର ରହିଛି । ସାଇବର ଅପରାଧିଙ୍କର କୌଣସି ସୀମା ନାହିଁ । ଏମାନେ ଦେଶ ବାହାରେ ରହି ମଧ୍ୟ ଅପରାଧ ଘଟାଉଛନ୍ତି । ତେବେ ସୋସିଆଲ ମିଡିଆ ଭଳି ଅପରାଧ ଏବେ ବଡ ସମସ୍ୟା ସୃଷ୍ଟି କରିଛି । କାରଣ ସୋସିଆଲ ମିଡିଆ କେବଳ ଫେସବୁକ, ହ୍ବାଟସଆପ ଆଦିରେ ଘଟୁଥିବା ଛୋଟଛୋଟ ଅପରାଧରେ ସୀମିତ ରହୁନାହିଁ । ତେଣୁ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ଯେ, ସାଇବର ଅପରାଧକୁ ରୋକିବା ନେଇ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଛି ।

ପୁଲିସକୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ସହ ଇ-ଅଫିସ ତଥା ଅନଲାଇନ ବ୍ୟବସ୍ଥାରେ କାମ କରିବାକୁ ପଡିବ । ପୁଲିସ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ସବୁ କାମ ଅନଲାଇନରେ କରାଯିବା ସହ ତଦନ୍ତ ପ୍ରକିୟାରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ସାଇବର ଅପରାଧର ତଦନ୍ତ ଲାଗି ଦକ୍ଷ ପୁଲିସ କର୍ମ·ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସବୁ ଥାନାରେ ନିଯୁକ୍ତି କରାଯାଉଛି । ଯାହା ଆଗାମୀ ଦିନରେ ସାଇବର ଅପରାଧକୁ ସାମ୍ନା କରିବାରେ ସହାୟକ ହୋଇପାରିବ ।

ଏଥିସହିତ ସମ୍ମିଳନୀରେ ଆପାତକାଳିନ ସମୟରେ ଅଗ୍ନିଶମ ବିଭାଗ ସହ ପୁଲିସର ଭୂମିକା, ଦୁର୍ନୀତିନିବାରଣ କ୍ଷେତ୍ରରେ ଆଣ୍ଟି କରପୋସନ ଷ୍ଟ୍ରାଟେଜି ଏବଂ ଆଇନ, ପରିବହନ ଓ ବିଭାଗ ମଧ୍ୟରେ ସମନ୍ବୟ ଆଦି ଉପରେ ଆଲୋଚନା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

12 + eighteen =