ରାଧାକାନ୍ତ ସାହୁ ହେଲେ ଏୟାରଫିଲ୍ଡ ଥାନାର ନୂଆ ଆଇଆଇସି

ଭୁବନେଶ୍ୱର: ଆଜି କମିଶନରେଟ ପୋଲିସ ଅଧୀନ ଏୟାରଫିଲଡ ଥାନାରେ ନୂତନ ଥାନାଧିକାରୀ ଭାବେ ରାଧାକାନ୍ତ ସାହୁ ଦାୟିତ୍ୱ ନେଇଛନ୍ତି । ଏୟାରଫିଲଡ ଥାନାରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ଏହା ପୂର୍ବରୁ ରାଧାକାନ୍ତ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାରେ ଆଇଆଇସି ଭାବେ କାର‌୍ୟ୍ୟ କରିଛନ୍ତି । ସେହିପରି ଏୟାରଫିଲଡ ଥାନାରେ ୧୦ ମାସ ଧରି ଥାନାଧିକାରୀ ଦାୟିତ୍ୱରେ ଥିବା ଦୀପକ କୁମାର ମିଶ୍ରଙ୍କ ପଦୋନ୍ନତି ହୋଇଛି । ସେ ଗୁଇନ୍ଦା ବିଭାଗରେ ଡ଼ିଏସପି ଭାବେ ନିଯୁକ୍ତି ପାଇଛନ୍ତି ।

ସେ ଏୟାରଫିଲଡ ଥାନା ଅଞ୍ଚଳରେ ୧୦ମାସ କାର‌୍ୟ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଭିତରେ ଚୋର,ଡକାୟତ,ଗୁଣ୍ଡା ବଦମାସ ଏବଂ ମଦ ମାଫିଆ ମାନଙ୍କୁ ସାବାଡ଼ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ତେବେ ବାଲିପାଟଣା ଥାନାରୁ ବଦଳି ହୋଇ ଆସିଥିବା ରାଧାକାନ୍ତ ସାହୁଙ୍କ ପାଇଁ ମଦ କାରବାର ପାଇଁ ଚର୍ଚ୍ଚିତ ଏହି ଅଞ୍ଚଳ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଙ୍ଗ ହେବ ।

ଏୟାରଫିଲଡ ଥାନା ଅଧୀନରେ ୩ଟି ଗ୍ରାମ ପଞ୍ଚାୟତ, ଭୁବନେଶ୍ୱର ମହାନଗର ନିଗମର ୬୭ନମ୍ବର ୱାର୍ଡ ଏବଂ ହାଇଟେକ ପ୍ଲାଜା ଭଳି ଜନଗହଳି ପୂର୍ଣ୍ଣ ଅଞ୍ଚଳ ରହିଛି । ଏଠି କୁଜିନେତାଙ୍କ ପ୍ରାଦୁର୍ଭାବ ଖୁବ ବେଶୀ ରହିଥାଏ । କଥା କଥାରେ ସ୍ଥାନୀୟ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଏବଂ ବିଧାୟକଙ୍କ ନାଁ ନେଇ କୁଜି ଗୁଣ୍ଡାମାନେ ଥାନାରେ ହୋହାଲ୍ଲା କରନ୍ତି । ଏମାନଙ୍କୁ ପ୍ରଶୟ ନଦେଇ ପୂର୍ବଭଳି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 13 =