ଆସିଲା ଆଜ୍ଞାମାଳ, ସରିଲା ଚକ ଅଖ ଡେରା ନୀତି

ପୁରୀ: ସରିଲା ଚକ ଅଖ ଡେରା ନୀତି । ଆଜି ପବିତ୍ର ଭଉଁରୀ ତିଥିରେ ପୁରୀରେ ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯ଼ାଇଛି । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନିରଥର ଚକ ଅଖରେ ଲାଗି କରାଯ଼ାଇଥିଲା । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡେରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର‌୍ୟ୍ୟ ସଂପାଦନ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଚକଡେରା କାର୍ଯ୍ୟ ଶେଷ ହେବ ।

Share

Leave a Reply

Your email address will not be published. Required fields are marked *

2 × two =