ଗରିବ ଓ ଅସହାୟଙ୍କୁ ସହଯୋଗର ହାତ ବଢାଇଲା ଜିନ୍ଦଲ

ଭୂବନେଶ୍ୱର() କୋଭିଡ-୧୯ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ ଆରମ୍ଭ କରି ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ।

ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ସ୍ଥାନୀୟ ଅଞ୍ଚଳରେ ଗରିବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ପ୍ରଦାନ କରିବା ସହିତ, କୋଭିଡ-୧୯ ରୋକିବା ପାଇଁ ବ୍ୟବହାର କରାଯାଉଥିବା ମାସ୍କ, ସାବୁନ, ହ୍ୟାଣ୍ଡ ୱାସ ଆଦି ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଛି । ବିଭିନ୍ନ ଶିବିର ମାଧ୍ୟମରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ଉପାୟ ସଂପର୍କରେ ଲୋକମାନଙ୍କୁ ସଚେତନ କରାଉଛି ।

ଭାରତରେ ଥିବା ଜେଏସ୍‌ପିଏଲ୍ ବିଭିନ୍ନ କାରଖାନା ଅଂଚଳ ପରି, ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ଓଡିଶାର ଅନୁଗୁଳ, ବଡବିଲ ଏବଂ ଟେନ୍‌ସା ଠାରେ \”ମିଶନ ଜିରୋ ହଙ୍ଗର୍‌\” କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ରନ୍ଧା ଖାଦ୍ୟ ପ୍ରଦାନ କରୁଛି, ଯାହା ଫଳରେ ଲକ୍ ଆଉଟ୍ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିବା ଟ୍ରକ୍ ଡ୍ରାଇଭର, ପ୍ରବାସୀ ଏବଂ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିମାନେ ଉପକୃତ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟରେ ଏହି ତିନି ସ୍ଥାନରେ ପ୍ରତିଦିନ ୩୫୦୦ରୁ ଅଧିକ ରନ୍ଧା ଓ ଶୁଖିଲା ଖାଦ୍ୟ ମିଲ୍ ବଣ୍ଟନ କରାଯାଉଛି । ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଏହି କାର୍ଯ୍ୟକୁ ଟୁଇଟର୍ ମାଧ୍ୟମରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି ।

କ୍ଷୁଧା ନିବାରଣ ଏବଂ ଖାଦ୍ୟ ସୁରକ୍ଷା ଲକ୍ଷ ହାସକ ନିମନ୍ତେ \”ମିଶନ ଜିରୋ ହଙ୍ଗର୍‌\” ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଏକ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ବୋଲି ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶ୍ରୀମତି ଶାଲ୍ଲୁ ଜିନ୍ଦଲ କହିଛନ୍ତିି । ଅପ୍ରେଲ ୧୨, ୨୦୨୦ ତାରିଖ ସୁଧା ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ତିନି ଅଞ୍ଚଳରେ ୨୦୦୦୦ରୁ ଅଧିକ ମିଲ୍ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ, ବିଭିନ୍ନ ବୃଦ୍ଧାଶ୍ରମ, ଶିଶୁଗୃହ, ମାହିଳା ଓ ଶିଶୁ ମାନଙ୍କ ଆଶ୍ରୟ ଗୃହମାନଙ୍କରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଚାଉଳ, ଡାଲି, ତେଲ, ଗୁଡ/ଚିନି, ଚୁଡା, ଆଳୁ, ପିଆଜ ଏବଂ ସୋୟାବିନ୍ ଭଳି ବିଭିନ୍ନ ଶୁଖିଲା ଖାଦ୍ୟ ପ୍ୟକେଟ୍ ପ୍ରଦାନ କରାଯାଉଛି । ରାଜ୍ୟର ୧୮ଟି ଏହିପରି ଅନୁଷ୍ଠାନ/ଗୃହରେ ଥିବା ୬୦୦ ଅଧିକ ଲୋକ/ଶିଶୁ ପ୍ରତିଦିନ ଉପକୃତ ହେଉଛନ୍ତି । ଆବଶ୍ୟକ ସ୍ଥଳେ, ଶିଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।

ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ସହାୟତାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍‌.ଏଚ୍‌.ଜି.)ମାନେ ମାସ୍କ ତିଆରି କରୁଛନ୍ତି । ସେମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ ଲକ୍ଷ କୋଡିଏ ହଜାରରୁ ଅଧିକ ମାସ୍କକୁ ବିଶୋଧନ/ଅଲ୍‌ଟ୍ରାଭାଓଲେଟ୍ ଉପଚାର ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ, ଶ୍ରମିକ ଏବଂ କର୍ମୀ ମାନଙ୍କ ମଧ୍ୟରେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟରେ ବଣ୍ଟନ କରାଯାଇଛି । ଏହା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠି ର ୨୦୦ରୁ ଅଧିକ ମହିଳା ମଧ୍ୟ ରୋଜଗାର ପାଇପାରିଛନ୍ତି । ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ବଡବିଲ ସରକାରୀ ଡାକ୍ତରଖାନାରେ ୧୫୦୦ ସର୍ଜିକାଲ୍ ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି ।

ଫାଉଣ୍ଡେସନ୍ ସହାୟତାରେ କିଛି ଏସ୍‌.ଏଚ୍‌.ଜି. ମାନେ ଫିନାଇଲ୍ ଓ ହର୍ବାଲ ହ୍ୟାଣ୍ଡ ୱାଶ୍ ତିଆରି କରି ସ୍ଥାନୀୟ ଅଞ୍ଚଳରେ ଯୋଗାଇଦେଉଛନ୍ତି । ସେହି ପରି ୨୫୦ରୁ ଅଧିକ ପରିବା ଏବଂ ଦୁଗ୍ଧଚାଷୀ ମାନଙ୍କୁ ସେମାନଙ୍କ କୃଷିଜାତ ଦ୍ରବ୍ୟର ବିକ୍ରୟ ନିମନ୍ତେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ସହାୟତା କରୁଛି । ଏହା ସେମାନଙ୍କ ରୋଜଗାର ବୃଦ୍ଧିରେ ସହାୟକ ହୋଇପାରିଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ଉପାୟ ସଂପର୍କରେ ସଚେତନତା ନିମନ୍ତେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । କୋଭିଡ୍ – ୧୯ର ମୁକାବିଲା ପାଇଁ ସାମାଜିକ ଦୁରତା ରକ୍ଷା କରିବା, ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା, ଘରେ ରହିବାର ଆବଶ୍ୟକତା ଏବଂ ଲକ୍ ଡାଉନ୍ ନିୟମ ପାଳନ କରିବା ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି । କେନ୍ଦୁଝରର ହୋ ଆଦିବାସୀ ମାନଙ୍କୁ ଫାଉଣ୍ଡେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ହୋ ଭାଷାରେ ଏକ ସଙ୍ଗୀତ ମାଧ୍ୟମରେ ସଚେତନ କରାଯାଉଛି ।

କୋଭିଡ-୧୯ର ମୁକାବିଲା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିଚାଳିତ ଜେଏସ୍‌ପିଏଲ୍ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କେୟାର୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜେଏସ୍‌ପିଏଲ୍ ତାର ସମସ୍ତ କାରଖାନା ପରିସରରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବହୁବିଧ ସୁରକ୍ଷା ଓ ପ୍ରତିଶେଧାତ୍ମକ ବ୍ୟବସ୍ଥା ମଧ୍ୟ କରିଛି ।

Share

Leave a Reply

Your email address will not be published. Required fields are marked *

11 − eight =