ଆରମ୍ଭ ହେଲା ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା । ମନ୍ଦିରର ଜଗମୋହନ ଏବଂ ନାଟ ମଣ୍ଡପରେ ପାଣି ଗଳୁଥିବା ନେଇ ଯାଂଚ୍ କରୁଛି ଏଏସଆଇ ବୈଷୟିକ ଟିମ୍ । ଟିମ୍ ସ୍ଥିତିର ଅନୁଧ୍ୟାନ କରିବା ସହ ଏହି ଯାଂଚ୍ ପ୍ରକ୍ରିୟାକୁ ୩ଦିନ ଧରି ଚାଲୁ ରଖାଯିବ । ଆସନ୍ତାକାଲି ଆଇଆଇଟି ଚେନ୍ନାଇ ଏବଂ ଖଡଗପୁରରୁ କିଛି ପ୍ରଫେସର ଏଏସଆଇ ସହ ସାମିଲ ହୋଇ ସ୍ଥିତି ପରକ୍ଷୀବେ  । ସେମାନେ ବିଶେଷଜ୍ଞ ଟିମ୍ ସହ ଯାଂଚ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଅନ୍ୟପଟେ ଆଜି ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ  କରାଯାଇଛି । ସତ୍ୟପାଠରେ ମାଉସୀ ମା ଏବଂ ଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ ଶେଷ ହୋଇଥିବା କୁହାଯାଇଛି । ଏହା ସହ ବାହାର ବେଢାରେ ଥିବା ୬ଟି ମନ୍ଦିରକୁ ମଧ୍ୟ ଯାଂଚ୍ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

 

Share

Leave a Reply

Your email address will not be published. Required fields are marked *

fourteen − eleven =