ସୁଶାନ୍ତ ଧଳସମାନ୍ତଙ୍କୁ ୫ ବର୍ଷ ଜେଲ ଆଦେଶ

କଟକ: ବହୁ ଚର୍ଚ୍ଚିତ ଧଳସାମନ୍ତ ଭାଇଙ୍କୁ  ପୁଣି କୋର୍ଟରୁ ମିଳିଛି ଶକ୍ତ ଝଟ୍‌କା । ସୁଶାନ୍ତ ଧଳସମାନ୍ତଙ୍କ ବିରୋଧରେ ୧୯୯୯ରେ ରୁଜୁ ହୋଇଥିବା ଗୁଳିକାଣ୍ଡ ମାମଲାରେ କଟକ ସିଜେଏମ୍‌ କୋର୍ଟ ତାଙ୍କ ରାୟ ଶୁଣାଇଛି । ଦୁଇ ଭିନ୍ନ ଦଫାରେ ତାଙ୍କୁ ଏକକାଳୀନ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଲେଖାଏଁ ଜୋରିମାନା ହୋଇଛି ।  ୧୯୯୯ରେ ବିଡ଼ାନାସୀ ଅଂଚଳରେ ଦାଦାବଟି ଆଦାୟ କରୁଥିବା ସମୟରେ ପୋଲିସ ଏହାର ଖବର ପାଇ ଚଢ଼ାଉ କରିଥିଲାଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।ଏନେଇ ପୋଲିସ ବିଡ଼ାନାସୀ ଥାନାରେ ଏକ ମାମଲା ରୁଜୁ କରିଥିଲା। ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଏହାର ବ୍ୟବହାର କରିବା ଭଳି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା । ତେବେ ଆଜି ସିଜେଏମ୍‌ କୋର୍ଟ ଏହାର ଶୁଣାଣୀ ହତ୍ୟା ଉଦ୍ୟମକୁ ଖାରଜ କରିବା ସହିତ ଅନ୍ୟ ଦୁଇଟି ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି । ବେଆଇ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜୋରିମାନା ରାଶି ଶୁଣାଇଥିବା ବେଳେ ଏହାର ବ୍ୟବହାର କରିବା ମାମଲାରେ ୫ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁନର୍ବାର ଉଭୟ ମାମଲାର ଏକକାଳୀନ ଶୁଣାଣି କରି ୫ ବର୍ଷ ଜେଲ ଦଣ୍ଡାଦେଶ ସହିତ ୨୫ ହଜାର ଲେଖାଏଁ ଜୋରିମାନା ଦେବାକୁ କହିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

13 + three =