ବର୍ଷାରେ ବେହାଲ ମାଲକାନଗିରି ଓ ରାଉରକେଲା  

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ମାଲକାନଗିରି ଓ ଇସ୍ପାତ ନଗରୀ ରାଉରକେଲାର ଅବସ୍ଥା ବେହାଲ ହୋଇପଡ଼ିଛି । ମାଲକାନଗିରି ପାଙ୍ଗାମ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ପୋଲ ଉପରେ ପ୍ରାୟ ୪ ଫୁଟର ପାଣି ଚାଲୁଛି । ଯଦ୍ୱାରା ମାଲକାନଗିରି ଓ ଜୟପୁର ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ରାତିରେ ହଠାତ ବର୍ଷା ଜଳ ପଶି ଆସିବାରୁ ଖଇରପୁର ଅଂଚଳର କଲଭର୍ଟ ଭାଂଗି ଯାଇଥିବା ସୂଚନା ମିଲିଛି । କଲଭର୍ଟ ଭାଂଗିଯିବାରୁ ମାଝିଗୁଡା  ଓ କେନ୍ଦୁଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି ।ସେହିପରି ଇସ୍ପାତ ନଗରୀ ରାଉରକେଲାର ତଳିଆ ଅଂଚଳରେ ଥିବା ବସ୍ତିଗୁଡ଼ିକରେ ପାଣି ପଶି ଯାଇଛି । ସହରର ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ଚାଲୁଛି । ରାତି ସାରା ବର୍ଷା ଲାଗି ରହିବା ଫଳରେ ଘର ଭିତରେ ବର୍ଷା ପାଣି ଜମିଛି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ରାଜଗାଙ୍ଗପୁରର ତଳିଆ ଅଂଚଳରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଛି । ବର୍ଷା ଯୋଗୁ ରାସ୍ତାରେ ଥିବା ବ୍ରିଜ୍ ବୁଡ଼ିଯିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ବିଲେଇଗଡ଼ ପଟରୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − 9 =