ଆଜି ପ୍ରଳମ୍ବାସୁର ବଧ ବେଶ

ପୁରୀ() ଆଜି ହେଉଛି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି ଅର୍ଥାତ୍ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ବାଶୁର ମୂର୍ତ୍ତିକୁ ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ପ୍ରଳମ୍ବାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ ।

ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକମାନଙ୍କ ସହିତ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପ୍ରେରଣ କରିଥିଲେ । ମହାବଳଶାଳୀ ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ବୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ।

Share

Leave a Reply

Your email address will not be published. Required fields are marked *

three × two =