ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ଭୁବନେଶ୍ୱର () କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଛି । ନବରଙ୍ଗପୁର ଥାନା ପୋଲିସ ନିଜ ତରଫରୁ ଏତଲା ଦାୟର କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ପୋଲିସ ଏତଲା ଦାୟର କରିଛନ୍ତି । ଏତଲା ପରେ ପୋଲି ମାମଲାର ଛାନଭିନ ଆରମ୍ଭ ଜାରି । ଦଫା ୧୪୭,୩୪୧,୩୫୩,୨୮୩,୫୦୬, ୪୩୫ ଓ ଦଫା ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମାମଲା ରୁଜୁ ହୋଇଛି ।

ସୁଚନା ଅନୁସାରେ ଗତକାଲି ତଥା ଗୁରୁବାର ଦିନ ବନ୍ଦ ଡାକରା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପ୍ରଦୀପ । ବନ୍ଦ ଡାକରା ସମୟରେ ନିଜ କର୍ମୀ ମାନଙ୍କୁ ଫୋନ ଯୋଗେ ପ୍ରଦୀପ କହିଥିଲେ ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ ବୋଲି କହିଥିଲେ ।

ସେପଟେ ପ୍ରଦୀପ ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ଆମେ ଭୟଭୀତ ନାହୁଁ ।ଏହା ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ନୀତି । । କେହି ଉଚିତ ପ୍ରଶ୍ନ ଉଠାଇଲେ ଦମନଲୀଳା ଚଳାଇବା ତାଙ୍କ ନୀତି । ‘ ମୁଁ ଜବାବ ମାଗିଛି, ସରକାର ଜବାବ ନଦେଲେ ମୁଁ ଜବାବ ଦେବି । ୧୫ ଜଣଙ୍କ ନାଁରେ କାହିଁକି ପୂରା ଜିଲ୍ଲା ନାଁରେ ଏତଲା ଦିଅନ୍ତୁ ଆମେ ଭୟଭୀତ ନାହୁଁ ।

Share

Leave a Reply

Your email address will not be published. Required fields are marked *

19 + seventeen =