କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଙ୍ଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟି ଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଏହାସହ ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କରିବେ ଡିଜି ଅଭୟ । ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପଲ୍ଲି ସୂଚନା ଦେଇଛନ୍ତି ।

କୋରାପୁଟକୁ ମାଓ ମୁକ୍ତ କରବାକୁ ଚାଲିଛି ସରକାରଙ୍କ ପ୍ରୟାସ । କୋରାପୁଟର ବିଭିନ୍ନ ସ୍ଥାନରୁ ମାଓ ସାମଗ୍ରୀ ମିଳୁଥିବାରୁ ଆହୁରି କିଭଳି ସତର୍କ ହୋଇ କାର୍ଯ୍ୟ କରାଯାଇ ପାରିବ ସେନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ମାଓ ମୁକ୍ତ କରିବାକୁ କିଭଳି ରଣ କୌଶଳ ପ୍ରସ୍ତୁତ ହେବ ସେନେଇ ସମୀକ୍ଷା ବୈଠକରେ ଯୋଜନା ପ୍ରସ୍ତୁତ ହୋଇପାରେ । ତେଣୁ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏବଂ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି |

Share

Leave a Reply

Your email address will not be published. Required fields are marked *

fifteen + 14 =