ମହିଳାଙ୍କ ପରିଚୟ ପାଇଁ ୫୦ ହଜାର

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିବା ସମୟରେ ମହିଳାଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା ।ତେବେ ଆଜି ଘଟଣା ପଛରେ ଥିବା ମୁଖ୍ୟ ରହସ୍ୟ ସାମ୍ନାକୁ ଆସିଛି | ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଥିବା ସୂଚନା ମିଳିଛି | ତେବେ ମହିଳାଙ୍କୁ ଚିହ୍ନଟରେ ସାହାଯ୍ୟ ପାଇଁ ପୋଲିସ ତରଫରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର କମିସନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗତ ୪ ତାରିଖରେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା ।ତେବେ ମହିଳାଙ୍କୁ କେହି ଜଣେ ହତ୍ୟାକରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମହିଳା ଜଣକ କିଏ ଏବଂ ସେ କେଉଁଠାରୁ ଆସିଛନ୍ତି ସେ ବିଷୟରେ ପୋଲିସ ଏପର୍ଯ୍ୟନ୍ତ ପତ୍ତା ଲଗାଇପାରିନି । ତେଣୁ ମହିଳାଙ୍କ ପରିଚୟ ନିମନ୍ତେ ପୋଲିସ ପକ୍ଷରୁ ଏଭଳି ପୁରସ୍କାର ଘୋଷଣା କରାଯାଇଛି । ଅନ୍ୟପଟେ ପୋଲିସ ଏହି ମହିଳାଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇଛି । ଏଥିରେ ତାଙ୍କ ହାତରେ ଥିବା ଏକ ଟାଟୁର ଚିହ୍ନ ଥିବା ସହିତ କିଛି କପଡାର ଫଟୋ ରହିଛି । ଯଦି କେହି ବ୍ୟକ୍ତି ଏହି ମହିଳାଙ୍କୁ ଚିହ୍ନଟ କରେ ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ ସୂଚନା ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 + fifteen =