ଏଣିକି ଦୈନିକ ହେବ ୧ଲକ୍ଷ ଟେଷ୍ଟ

ଭୁବନେଶ୍ବର() ରାଜ୍ୟରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ । ରାପିଡ଼ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଅଧିକାଂଶ କମ୍ପାନି କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ମଧ୍ୟ ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି ସେ କହିଛନ୍ତି । ଏହାସହ ଅନ୍ୟପଟେ ଭ୍ୟାକସିନ ପାଇଁ କାମ ଚାଲିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୫୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୮୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 5 =