ବାଇ-ଲକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ଆପତ୍ତି

ପୁରୀ: ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ଶ୍ରୀମନ୍ଦିର ସେବାୟତ । ବାଇ-ଲ ପ୍ରତ୍ୟାହାର ଦାବି କରି ସେବାୟତମାନେ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଲାଗୁ ହେଲେ ସେବାୟତମାନେ କୌଣସି ନିର୍ମାଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ ।

ତେଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ମହାପ୍ରଭୁଙ୍କ ସେବା କରୁଥିବା ସେବାୟତ ଜାତିକୁ ବଞ୍ଚାନ୍ତୁ ବୋଲି ଦାବି କରିଛନ୍ତି ସେବାୟତ । ନହେଲେ ଆଗାମୀ ଦିନରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ଚାରିପଟେ ୩ଶହ ମିଟର ଦୂରରେ ଥିବା ସମସ୍ତ ଲୋକ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି |ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଞ୍ଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯିବ ।

ଅର୍ଥାତ୍ ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

5 × 4 =