ପୁଣି ତୈଳଦର ବୃଦ୍ଧି

ନୂଆଦିଲ୍ଲୀ() ଆଜି ଲଗାତାର ୧୩ ଦିନରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ବର୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ ପହଂଚିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି । ଏହାକୁ ମିଶାଇ ୧୩ ଦିନ ମଧ୍ୟରେ ପ୍ରାୟ ୭ଟଙ୍କା ବଢିଲାଣି ତୈଳଦର ।

୨୦୧୭ ଜୁନ୍ ମାସରୁ କେନ୍ଦ୍ର ସରକାର ତୈଳ କଂପାନୀ ଗୁଡିକୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ଅନୁମତି ଦେଇଛନ୍ତି । କିନ୍ତୁଗତ ୩ ବର୍ଷ ଭିତରେ ଏପରି କୌଣସି ଥର କ୍ରମାଗତ ଭାବେ ଏତେ ବୃଦ୍ଧି ଦେଖିବାକୁ ମିଳିନଥିଲା । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିବାରୁ ଏବେ ତୈଳ ଦର କ୍ରମାଗତ ବଢି ଚାଲିଛି ।

Share

Leave a Reply

Your email address will not be published. Required fields are marked *

4 × three =