ବାହାଘର ପାଇଁ ୧୦ କୋଟି

ଭୁବନେଶ୍ୱର() ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଏହି ରିମାଣ୍ଡ ସମୟରେ ଜେରାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସୂଚନା ଅନୁଯାୟୀ, ଅଭୟକାନ୍ତ ପୁଅ ଆକାଶଙ୍କ ବାହାଘର ପାଇଁ ୧୦ କୋଟି ଟଙ୍କାର ଏକ ବିଗ୍ ବଜେଟ୍ ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଚାଲିଛି । ଏହାଛଡ଼ା ପୁଅ ପାଠପଢ଼ାରେ ୨୦ ଲକ୍ଷ, ଝିଅର ପାଠପଢ଼ା ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪ ମସିହାରେ ଅଭୟକାନ୍ତଙ୍କ ଠାରୁ ଆକାଶଙ୍କ ଆକାଉଣ୍ଟକୁ ୩୮ ଲକ୍ଷ ଟଙ୍କା ଆସିଥିଲା । ଝିଅ ବାହାଘର କରିବା ପାଇଁ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୬୦ ଲକ୍ଷ ଟଙ୍କା । ଅଭୟକାନ୍ତଙ୍କ ସମୟରେ ୩ ବର୍ଷରେ ବନୀକରଣରେ ଖର୍ଚ୍ଚ ହୋଇ ୬୦୦ କୋଟି ଟଙ୍କା । ଏହାସହ ଅଭୟକାନ୍ତଙ୍କ ବିହାରର ପାଟଣା ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ସାରା ଭାରତବର୍ଷରେ ଆକାଶଙ୍କ ନେଟୱାର୍କ ଲମ୍ବିଥିବା ରିମାଣ୍ଡ ଜେରାରୁ ଜଣାପଡ଼ିଛି । ଆକାଶ ଟାଟାର କର୍ମଚାରୀ ଥିଲେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ତେବେ ଆଜି ଉଭୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିବା ବେଳେ ଉଭୟଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଭିଜିଲାନ୍ସ ଆବେଦନ କରିବ ନାହିଁ ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

eighteen − eleven =