୫-ଟି ସଚିବଙ୍କ ଅଚାନକ କୋଣାର୍କ ଗସ୍ତ

ଭୁବନେଶ୍ୱର: ପ୍ରବଳ ଶୀତ ଓ କୁହୁଡ଼ି କୁ ଖାତିର ନକରି ବଡି ଭୋର ସମୟରେ ଅଚାନକ କୋଣାର୍କ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.ପଣ୍ଡିଆନ । ସେ ଆଜି ଭୋର ୫ଟା ବେଳେ ସୁର୍ଯ୍ୟ ମନ୍ଦିରରେ ପହଞ୍ଚି ଏହାର ଚାରିପାଖ ବୁଲିବା ସହିତ ବାହାର ବେଢ଼ା ପରିଦର୍ଶନ କରିଛନ୍ତି ।

କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏକ ପ୍ରସ୍ତୁତ ନକ୍ସା ଉପରେ ଆଲୋଚନା କରିଥିଲେ । ଗସ୍ତ ସମୟରେ ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । କୋଣାର୍କ ବୁଲିସାରିବା ପରେ ଶ୍ରୀ ପଣ୍ଡିଆନ ଚନ୍ଦ୍ରଭାଗା ଦେଖି ପୁରୀ ଯାଇଥିଲେ । ୫-ଟି ସଚିବ ଙ୍କ ଗସ୍ତ ପରେ ଖୁବଶୀଘ୍ର କୋଣାର୍କରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ କୋଣାର୍କ ମନ୍ଦିରର ଚେହେରା କମ ଦିନ ମଧ୍ୟରେ ବଦଳିବ ବୋଲି ଶୁଣା ଯାଉଛି ।


 

Share

Leave a Reply

Your email address will not be published. Required fields are marked *

six + 8 =