ପୁଲିସ ଲାଠିମାଡରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି

ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା । ନିମ୍ନ ମାନର ତେଲକୁ ପେଟ୍ରୋଲ ପମ୍ପକୁ ନେଇ ସ୍ଥାନୀୟ ଲୋକ ଭଙ୍ଗାରୁଜା କରିଛନ୍ତି । ପେଟ୍ରୋଲ ପମ୍ପ ଥିବା ଗାଡି, ଟାଙ୍କି ଓ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି । ଫଳରେ ପୁଲିସ ଘଟଣା ସ୍ଥଳରେ ପହଚିଂ ଲାଠିଚାଚଳନା କରିଥିଲା । ଉତ୍ତେଜିତ ଲୋକଙ୍କ ଉପରକୁ ପୁଲିସର ଲାଠିମାଡ କରିବା ସହ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡିନଥିଲେ । ପୁଲିସ ଲାଠିମାଡରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଏବେ ପୁଲିସର ଲାଠିଚାଳନା ପ୍ରତିବାଦରେ ସ୍ଥାନୀୟ ଲୋକ ମେଡିକାଲ ରୋଡରେ ରାସ୍ତାରୋକ କରିଛନ୍ତି । ଏସପି ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏସପି ଘଟଣା ସ୍ଥଳରେ ପହଚିଂ ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − six =