ବିଳମ୍ବରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ । ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର‌୍ୟ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଏହି କାର‌୍ୟ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି । ଗତ ମାର୍ଚ୍ଚ ୧୦ ତାରିଖରେ ଚିଠି ଲେଖାଯାଇଥିଲା । ଏପ୍ରିଲ ୩୦ ସୁଦ୍ଧା ସବୁ କାର୍ଯ୍ୟ ସାରିବାକୁ କୁହାଯାଇଥିଲେ ସୁଦ୍ଧା ଏଯାବତ ସରିନାହିଁ । ତାପୂର୍ବରୁ ଜାନୁଆରିମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା ।ଏହା ସତ୍ତ୍ବେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର‌୍ୟ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।

Share

Leave a Reply

Your email address will not be published. Required fields are marked *

1 × four =