ରାସ୍ତା କଡରୁ ହଟିଲା ହୋଡିଂ ଓ ପୋଷ୍ଟର

୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଳିତ ପୋଷ୍ଟର ଓ ହୋର୍ଡିିଂ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲାଗି ରହିଥିଲା । ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ହୋଡିଂ ଓ ପୋଷ୍ଟରକୁ ହଟାଇ ଦିଆଯାଇଛି ।

ଆସନ୍ତା ବିଧାନସଭା ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ପରେ ଆକ୍ସନ ମୁଡରେ ରାୟଗଡା ଜିଲ୍ଲା ପ୍ରଶାସନ । ରାୟଗଡା ଓ ଗୁଣୁପୁର ସହର ମୁଖ୍ୟ ରାସ୍ତା କଡରୁ ହଟିଲା ସରକାରୀ ପୋଷ୍ଟର, ବ୍ୟାନର ଓ ହୋଡିଂ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ପୋଷ୍ଟରକୁ ରବିବାର ସଂଧ୍ୟାରୁ ହଟାଇବା କାମ ଜାରି ରଖିଛି ରାୟଗଡା ଜିଲ୍ଲା ପ୍ରଶାସନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଂଟା ଭିତରେ ଏସବୁକୁ ହଟେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ କୌଣସି ରାଜନୈତିକ ଦଳର ପୋଷ୍ଟର ଏବଂ ବ୍ୟାନର ସରକାରୀ ସ୍ଥାନ ବା ସରକାରୀ କାନ୍ଥରେ ଲଗାଯାଇ ପାରିବ ନାହିଁ । ନିର୍ବାଚନ ଶେଷ ପର୍ୟ୍ୟନ୍ତ ଏହି ନିୟମ ବଳବତର ରହିବ ।

Share

Leave a Reply

Your email address will not be published. Required fields are marked *

twenty − one =