ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୃତି

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୃତି । ଆଗାମୀ ନିର୍ବାଚନ ଓ ରଣନୀତି ନେଇ ରୁଦ୍ଧଦ୍ୱାର ବୈଠକ । ଏଥିରେ ବିଜେଡି ସାଙ୍ଗଠନିକ ସମ୍ବାଦକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଛନ୍ତି । ବୈଠକରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ୩ ନେତା ମଧ୍ୟ ସାମିଲ । ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ମିଶ୍ର, ସାରଦା ନାୟକ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଏଥି ସହିତ ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ ଓ ଭାଇ ବିଶାଲ ଦାସ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା ବୈଠକରେ ଉପସ୍ଥିତ । ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

Share

Leave a Reply

Your email address will not be published. Required fields are marked *

fourteen − 1 =