ଜିତୁଙ୍କ ଘର ବାହୁଡା

ଭୁବନେଶ୍ବର () ଘର ବାହୁଡା ହେଲେ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଓରଫ ଜିତୁ ମିତ୍ର । 2014 ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ଭବିଷ୍ୟତ ପାଇଁ ବିଜେପିରେ ଯୋଗ ଦେଇଥିବା ଜିତୁ ମିତ୍ର ଏହି ଜାତୀୟ ଦଳରୁ ହତାଶ ହୋଇ ପୁଣି ଥରେ ନିଜ ଦଳକୁ ଫେରିଆସିଛନ୍ତି ।

ସମ୍ଭବତଃ ସେ ଖୋର୍ଦ୍ଧାରୁ ବିଜେଡି ପ୍ରାର୍ଥୀ ହେବେ । ସୂଚନା ଅନୁଯାୟୀ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କ ସ୍ଥିତି ଭଲ ନାହିଁ । ତାଙ୍କୁ ବୋଧହୁଏ ଦଳ ପକ୍ଷରୁ ପରିବର୍ତ୍ତନ କରିବାକୁ ଚିନ୍ତା କରାଯାଉଛି । ଜିତୁ ମିତ୍ର ବିଜେଡିରେ ଯୋଗ ଦେବା ପରେ ଦଳୀୟ ଟିକେଟକୁ ଗୁରୁତ୍ବ ଦେଇନାହାଁନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯାହା ଦାୟିତ୍ବ ଦେବେ ତାହା ସେ ତୁଲାଇବେ ।

ଜିତୁ ମିତ୍ର 2000 ମସିହାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳିରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ 2004ରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । 2009ରେ ତାଙ୍କୁ ବିଜେଡି ଟିକେଟ ମିଳିନଥିଲା । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ଠାରୁ ହାରିଯାଇଥିଲେ । ସେହିଭଳି 2014ରେ ସେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ ।

Share

Leave a Reply

Your email address will not be published. Required fields are marked *

five × three =