୨୪ ଘଂଟାରେ ପାକିସ୍ତାନର ୩ଟି ଡ୍ରୋନ୍ ଖସାଇଲା ଭାରତୀୟ ସେନା

ପାକିସ୍ତାନ ମାଟିରେ ଏୟାରଷ୍ଟ୍ରାଇକ ପରେ ସୁଯୋଗ ଖୋଜୁଛି ପାକିସ୍ତାନ । ବାରମ୍ବାର ଭାରତରେ ପାକ୍ ଡ୍ରୋନ୍ ଦେଖିବା ପାଇଁ ମିଳୁଛି । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ସୀମାରେ କଡ଼ା ଜବାବ ଦେଉଛନ୍ତି । ବିଗତ ୨୪ ଘଂଟା ଭିତରେ ପାକିସ୍ତନାର ୩ଟି ଡ୍ରୋନ୍ ଖାସଇଛି ଭାରତୀୟ ସେନା । ପଞ୍ଜାବର ଫାଜିକ୍କୋରେ ଆଜି ବିଏଏଏଫ ଯବାନମାନେ ପାକିିସ୍ତାନର ଏକ ଡ୍ରୋନକୁ ମାରି ଖସାଇଛନ୍ତି । ଡ୍ରୋନ୍ ସାହାଯ୍ୟରେ କୌଣସି ଲକ୍ଷ୍ୟଭେଦ କରି ବିସ୍ଫୋରଣ କରିବାର ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ । ହେଲେ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ପୁଣି ମାତ୍ ଦେଇଛନ୍ତି ଭାରତୀୟ ସେନା ।

ଏହାପୂର୍ବରୁ ରାଜସ୍ଥାନର ବିକାନେରରେ ଭାରତୀୟ ସେନା ପାକିସ୍ତାନର ଏକ ଡ୍ରୋନକୁ ମାରି ଖସାଇଥିଲା । ତାଫୁର୍ବରୁ ରାଜସ୍ଥାନର ସୀମାରୁ ଶୀଗଙ୍ଗାନଗରରେ ପଶିଥିବା ପାକିସ୍ତାନର ଡ୍ରୋନକୁ ବାୟୁ ରକ୍ଷା ୱିଙ୍ଗ ଦ୍ୱାରା ଖସାଇ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen + 7 =