ସରକାରୀ ତାଲିକାରୁ କାହିଁକି ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ, ପଢନ୍ତୁ …

ଭୁବନେଶ୍ବର()  ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ କଳିଙ୍ଗ ହସ୍ପିଟାଲକୁ ବାଦ ଦିଆଯାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ବିଜେପି ବିଧାୟକ ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଚାରିଜଣିଆ ତଦନ୍ତ କମିଟିର ରିପୋର୍ଟ ପରେ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ଅନ୍ୟାଦେଶ ପର୍ୟ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ବାଦ ଦିଆଯାଇଛି । ଉକ୍ତ ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ ବିରୁଦ୍ଧରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଜୁନ ୨୯ ତାରିଖରେ ଝୁମ୍ପୁରା ବ୍ଲକ୍ ନାରଦପୁର ଗ୍ରାମର ବାସୁଦେବ ବାରିକଙ୍କ ପୁଅ ସଚିନଙ୍କର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିକିତ୍ସା ବାବଦରେ ଅର୍ଥ ପଇଠ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହକୁ ଛାଡ଼ି ନ ଥିଲେ। ଏହି ଘଟଣାରେ ବିଧାୟକ ମୋହନ ମାଝୀଙ୍କୁ ଜଣାଇବା ପରେ ସେ କଳିଙ୍ଗ ହସ୍ପିଟାଲ ଡିଜିଏମ୍ଙ୍କ ସହିତ ଆଲୋଚନା କରି ସଂପୃକ୍ତ ପରିବାରକୁ ମୃତଦେହ ଫେରାଇଦେବାକୁ ନିବେଦନ କରିଥିଲେ। କିନ୍ତୁ ଡିଜିଏମ୍ ଓ ଆକାଉଣ୍ଟସ୍ କର୍ମଚାରୀମାନେ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ଟଙ୍କା ନ ଦେଲେ ମୃତଦେହ ଛାଡ଼ିବେନି ବୋଲି କହିଥିଲେ । ଅପମାନିତ ହେବା ପରେ ଶ୍ରୀ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।

Share

Leave a Reply

Your email address will not be published. Required fields are marked *

13 + 9 =