ରାଜ୍ୟରେ ଦୈନିକ ୧୨୮୫୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୫୭ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୭୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୦୯ଜଣ, ଅନୁଗୁଳ ଜିଲ୍ଲାରୁ ୮୭୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୩୪୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩୯ଜଣ, କଳାହାଣ୍ଡି ଜିଲ୍ଲାରୁ ୬୬୮ଜଣ, କଟକ ଜିଲ୍ଲାରୁ ୧୦୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୮୨ଜଣ, ଗଜପତି ଜିଲ୍ଲାରୁ ୭୭ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୦ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୮ଜଣ, ବରଗଡ଼ ଜିଲ୍ଲାରୁ ୪୬୧ଜଣ, ଭଦ୍ରକ ଜିଲ୍ଲାରୁ ୧୫୧ଜଣ,ଜଗତସିଂହପୁର ଜିଲ୍ଲାରୁ ୩୦୦ଜଣ, ଯାଜପୁର ଜିଲ୍ଲାରୁ ୩୩୭ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳ ଜିଲ୍ଲାରୁ ୧୦୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ, କୋରାପୁଟ ଜିଲ୍ଲାରୁ ୨୭୨ଜଣ, ମାଲକାନଗିରି ଜିଲ୍ଲାରୁ ୧୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୪ଜଣ, ନୟାଗଡ଼ ଜିଲ୍ଲାରୁ ୩୩୧ଜଣ, ନୂଆପଡ଼ା ଜିଲ୍ଲାରୁ ୭୦ଜଣ, ପୁରୀ ଜିଲ୍ଲାରୁ ୪୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୯୮ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୫ଜଣ, ସୋନପୁର ଜିଲ୍ଲାରୁ ୫୫ଜଣ, ସୁନ୍ଦରଗଗଡ଼ ଜିଲ୍ଲାରୁ ୮୪୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୩୩୩ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + fourteen =