ଆଜିଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା ନୀତି

ପୁରୀ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା ନୀତି । କୋଭିଡ କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର‌୍ୟ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ହେବ।

ଜାତ ଭୋଗ ସହ ମଧ୍ୟାହ୍ନ ଧୂପ ଆଜି ଏକାଠି ଉଠିବ। ଜାତ ଭୋଗ ପରେ ମଦନମୋହନ ଓ ମା\’ଲକ୍ଷ୍ମୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବା ପରେ ଜଳକ୍ରୀଡ଼ା ନୀତି ସମାପନ କରାଯିବ। ଭିତର ଚନ୍ଦନ ଯାତ୍ରାରେ ୪ଟି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୋଇଥାଏ। ଏକାଦଶୀ ତିଥିରେ ପ୍ରଥମ, ସାବତ୍ରୀରେ ଦ୍ୱିତୀୟ, ଶୀତଳ ଷଷ୍ଠୀ ଏବଂ ଶେଷରେ ରୁକୁଣା ହରଣ ଏକାଦଶୀରେ ଆଉ ଏକ ଜଳକ୍ରୀଡ଼ା ନୀତି ହୁଏ।

Share

Leave a Reply

Your email address will not be published. Required fields are marked *

one × 3 =