ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ପାର୍

ଭୁବନେଶ୍ବର: ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨,୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ରହିଥିବା ୫୩୨୪ ଜଣ ସ୍ଥାନୀୟ ବାସିନ୍ଦା ବେଳେ ୬୯୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୨୮ଜଣ,ଅନୁଗୋଳରୁ ୪୮୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬୦ଜଣ, ବୌଦ୍ଧ ଜିଲ୍ଲାରୁ ୧୨୮ଜଣ, କଟକ ଜିଲ୍ଲାରୁ ୯୧୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୦ଜଣ, ଭଦ୍ରକ ଜିଲ୍ଲାରୁ ୩୮୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୮ଜଣ, ଯାଜପୁର ଜିଲ୍ଲାରୁ ୩୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୬ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮୦ଜଣ, କନ୍ଧମାଳ ଜିଲ୍ଲାରୁ ୬୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, କୋରାପୁଟ ଜିଲ୍ଲାରୁ ୧୩୦ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୯୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୨ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩୭ଜଣ, ବରଗଡ଼ ଜିଲ୍ଲାରୁ ୪୭୫ଜଣ,ମାଲକାନଗିରି ଜିଲ୍ଲାରୁ ୬୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫୭ଜଣ, ପୁରୀ ଜିଲ୍ଲାରୁ ୩୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୪ଜଣ, ସୋନପୁର ଜିଲ୍ଲାରୁ ୧୫୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫୭ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 2 =