ରାଜନାଥଙ୍କ ସହ ଟେଲିଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର () ତିତଳି କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ରୀୟ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ । ତିତଳି କ୍ଷୟକ୍ଷତିର ପୁନର୍ଗଠନ ଓ ଥଇଥାନ ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସମସ୍ତ ଅର୍ଥ ଖର୍ଚ କରିସାରିଲେଣି । ଏବେ କେନ୍ଦ୍ରୀୟ ସହାୟତାର ଏକାନ୍ତ ଆବଶ୍ୟକତା ରହିଛି । ରାଜ୍ୟ ସରକାର 2779 କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରି ହଜାରେ କୋଟିର ମଧ୍ୟବର୍ତ୍ତୀ ସହାୟତା ଦାବି କରିଥିଲେ । କିନ୍ତୁ କେନ୍ଦ୍ର ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଦେଇନାହାନ୍ତି । ସେପଟେ ତିତଳି ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ, କେରଳ ଓ ନାଗାଲାଣ୍ଡକୁ ଏନଡିଆରଏଫ ସହାୟତା ଦିଆଯାଇଛି । ଏନେଇ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ରାଜନାଥଙ୍କୁ ଚିଠି ଲେଖିଥିଲେ । ଆଜି ଟେଲିଫୋନରେ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶୀଘ୍ର ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + five =