୧୨ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶରେ କରୋନା ସ୍ଥିତିନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟର କରୋନା ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।ତେବେ ରାଜ୍ୟ ମାନଙ୍କର ସ୍ଥିତି ଜାଣିବା ପରେ ପ୍ରଧାନମନ୍ତ୍ରୀ ଔଷଧ ଓ ଟିକାକୁ ନେଇ କିଛି ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୂଚନା ଅନୁଯାୟୀ ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, କୋଭିଡ୍ ସ୍ଥିତି ଅନୁଯାୟୀ ରାଜ୍ୟମାନଙ୍କରେ ଟିକାକରଣ ଦ୍ରୁତ ଗତିରେ ହେବା ଦରକାର । ଏନେଇ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ ପହଂଚାଇବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ପ୍ରାୟ ୧୨ଟି ରାଜ୍ୟରେ କୋଭିଡ୍ ମାମଲା ବଢ଼ୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ସର୍ବାଧିକ ପ୍ରଭାବିତ ଏହି ୧୨ଟି ରାଜ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା ରହିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ସର୍ବାଧିକ ପ୍ରଭାବିତ ଜିଲ୍ଲାମାନଙ୍କର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ବାବଦରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏସବୁ ଜାଣିବା ପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ସବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶକୀୟ ଭିତ୍ତିଭୂମି ବାବଦରେ ଏକ ମାର୍ଗଦର୍ଶିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଉ ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଔଷଧ ଗୁଡିକର ଉପଲବ୍ଧି ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, କରୋନା ରୋଗୀଙ୍କ ଚିକିତ୍ସାରେ ପ୍ରଭାବୀ ହେଉଥିବା ରେମଡେସିଭିର ସମେତ ଅନ୍ୟ ଔଷଧ ଗୁଡିକର ଉତ୍ପାଦନ ବୃଦ୍ଧି କରାଯାଉଛି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ଗୁଡିକୁ ଏଯାବତ୍ ପ୍ରାୟ ୧୭ କୋଟି ୭ ଲକ୍ଷ ଭାକ୍ସିନ୍ ଯୋଗାଇ ଦିଆଯାଇଛି । ଟିକା ଅପଚୟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

Share

Leave a Reply

Your email address will not be published. Required fields are marked *

five + 5 =