ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ପୁଣି ଓଡ଼ିଶା ପୁଲିସକୁ ସଫଳତା । ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ସର୍ବାଧିକ ସଫଳତା ଚଳିତ ବର୍ଷ ମିଳିଛି। ଗତ ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ୟ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମର୍ଦ୍ଧ ରେ ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି। ୨୦୧୮ ଓ ୨୦୧୯ ମସିହାରେ ପାସପୋର୍ଟ ଭେରିଫିକେସନ ପାଇଁ ହାରାହାରି ୨୬ ଦିନ ଲାଗୁଥିଲା।
୨୦୨୦ ମସିହାରେ କୋଭିଡ ସ୍ଥିତି ପାଇଁ ଏହି ଭେରିଫିକେସନ ୩୬ ଦିନ ପର୍ୟ୍ୟନ୍ତ ବିଳମ୍ବିତ ହୋଇଥିଲା। କିନ୍ତୁ ପାସପୋର୍ଟ ଭେରିଫିକେସନ କାର୍ୟ୍ୟକୁ ୫ଟି ଅଧିନକୁ ଅଣାଯାଇ ପାସପୋର୍ଟ ଭେରିଫିକେସନ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ କରାଯାଇଛି। ଫଳରେ ଏହି କାର୍ୟ୍ୟ ଅତି ଶୀଘ୍ର ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ଡିଜିପି।

Share

Leave a Reply

Your email address will not be published. Required fields are marked *

nineteen + sixteen =