କରୋନା ସଂକ୍ରମିତଙ୍କ ପାଇଁ ଖୁସି ଖବର, ଆସିଲା ଔଷଧ

କରୋନା ସଂକ୍ରମିତଙ୍କ ପାଇଁ ଖୁସି ଖବର । ଅଳ୍ପ କିମ୍ବା ମଧ୍ୟମ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଛି ଔଷଧ । ଫାବି ଫ୍ଲୁ ନାମରେ ଆସୁଥିବା ଏହି ଔଷଧକୁ ପ୍ରସ୍ତୁତ କରିଛି ଗେ୍ଲନମାର୍କ ଫାର୍ମାସ୍ୟୁଟିକାଲ୍ସ । ଏ ସଂପର୍କରେ ଆଜି କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।
ମୁମ୍ବାଇର ଏହି ଫାର୍ମାସ୍ୟୁଟିକାଲ କମ୍ପାନୀ ଏହି ଔଷଧର ପ୍ରସ୍ତୁତି ଏବଂ ବଜାରୀକରଣ ପାଇଁ ଡ୍ରଗ କଣେ୍ଟ୍ରାଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏହି ଔଷଧର କ୍ଲିନିକାଲ ଟେଷ୍ଟ କରାଯାଇଛି ଏବଂ ଏଥିରୁ ଉତ୍ସାହଜନକ ଫଳ ପ୍ରଦାନ କରିଛି ବୋଲି କମ୍ପାନୀ ଦାବି କରିଛି ।
ଏହି ଔଷଧ ୨୯ରୁ ୯୦ ବର୍ଷ ପର୍ଯ୍ୟନ୍ତ ସବୁ ବୟସ୍କର ଲୋକଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ । ଏପରିକି କରୋନା ସହ ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିକ୍ସ ଭଳି ରୋଗରେ ଆକ୍ରାନ୍ତଙ୍କ କେ୍ଷତ୍ରରେ ମଧ୍ୟ ଏହା ବ୍ୟବହାର ଉପଯୋଗୀ ବୋଲି କମ୍ପାନୀ କହିଛି । ଏହି ଔଷଧର ପ୍ରୟୋଗ ଦ୍ୱାରା ୪ ଦିନ ମଧ୍ୟରେ ପ୍ରଭାବ ଦେଖାଇଥାଏ । କ୍ଲିନିକାଲ ଟେଷ୍ଟରେ ୮୮ ପ୍ରତିଶତ ପର୍ଯ୍ୟନ୍ତ ସଫଳତା ମିଳିଛି ।

Share

Leave a Reply

Your email address will not be published. Required fields are marked *

12 − 10 =