କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ହଙ୍ଗାମା କରିଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ୍ ଅଭିଭାଷଣ ପରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ଘୋଷଣା ନକରି କିପରି ବିଧାୟକ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ବୋଲି ବାଚସ୍ପତି ସମ୍ବୋଧିତ କଲେ ତାକୁ ନେଇ କଂଗ୍ରେସ ସଭ୍ୟ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ । ତାରା ବାହିନୀପତି, ସୁର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ।

ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ରାଜ୍ୟରେ କାଳିଆ ଯୋଜନା ଜାରି ରହିବ । ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି । ବିଜୁସ୍ୱାସ୍ଥ୍ୟ ଯୋଜନାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ମିଳୁଛି । ମହିଳାମାନେ ସେମାନଙ୍କ ଚିକିତ୍ସା ପାଇଁ ୭ ଲକ୍ଷ ଟଙ୍କା ପରିବର୍ତ୍ତେ ଏଣିକି ୧୦ ଲକ୍ଷ ଟଙ୍କା ପାଇବେ । ଟଙ୍କିକିଆ ଚାଉଳ ଯୋଜନା ଜାରି ରହିବ । ଅଧିକ ସ୍ଥାନରେ ନୂଆ ଆହର କେନ୍ଦ୍ର ଖୋଲିବା ଓ ଚାଲୁ ରହିଥିବା ଆହାର କେନ୍ଦ୍ରରେ ରାତ୍ରି ଆହାର ବ୍ୟବସ୍ଥାକୁ ସଂପ୍ରସାରିତ ହେବ । ଆଜିଠୁ ଆରମ୍ଭ ହୋଇଥିବା ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖ ଯାଏ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ ।

Share

Leave a Reply

Your email address will not be published. Required fields are marked *

4 × 2 =