ପ୍ରଫେସର କରୁଣାକର ନନ୍ଦ ହେଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର‌୍ୟ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରରେ ୨୦୦୫ ମସିହାଠାରୁ ଏବେ ପର‌୍ୟ୍ୟନ୍ତ ୧୬ ବର୍ଷ ହେଲା ବିଭିନ୍ନ ପଦ-ପଦବୀରେ ରହି ଆସିଛନ୍ତି।

ପ୍ରଫେସର ନନ୍ଦଙ୍କର ଗତ ୧୦ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ଗବେଷଣା ଲେଖା ପ୍ରକଶିତ ହୋଇଛି ଓ ଷ୍ଟାଣ୍ଡାର୍ଡ ୟୁନିଭର୍ସିଟି ରିସର୍ଚର ଦ୍ୱାରା ୨୦୨୦ରେ ପ୍ରକାଶିତ ଲେଖା ବିଶ୍ୱର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୨% ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛି। ନିଜର ଉଚ୍ଚ ଗବେଷଣା ଯୋଗୁ ସେ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଯେପରିକି ଜାପାନ ଦ୍ୱାରା ଜେଏସପିଏସ ଛାତ୍ରବୃତ୍ତି, ଭାରତ ଦ୍ୱାରା ଏମଆରଏସଆଇ ବକ୍ତୃତା ପଦକ, ଓଡିଶା ବିଜ୍ଞାନ ଏକାଡେମୀରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଆଦି ପାଇଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 4 =