ଜାଣନ୍ତୁ ଓଡ଼ିଶା କେତେ ଟଙ୍କାର ଋଣଭାର ସହୁଛି

ଭୁବନେଶ୍ୱର: ଚାଲିଛି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଆଲୋଚନା । ତେବେ ରାଜ୍ୟ ଏବେ ଋଣଭାର ସହୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ରହିଛି ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଏହାର ଆକଳନ କରାଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ କୋଟି ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୨୩ ହଜାର ୭୬୧ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ହେବ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେରୁ କେତେକୁ ବୃଦ୍ଧି ପାଇଛି ବୋଲି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ପ୍ରଶ୍ନରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

Share

Leave a Reply

Your email address will not be published. Required fields are marked *

nine + 8 =