ଲିଙ୍ଗରାଜ ମନ୍ଦିରରେ ଏନ୍‌ଏସ୍‌ଜିର ୫ ଜଣିଆ ଟିମ୍

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପହଁଞ୍ଚିଛନ୍ତି ଏନଏସଜି ଟିମ୍ । ଏନ୍‌ଏସ୍‌ଜିର ୫ ଜଣିଆ ଟିମ୍‌ ଲିଙ୍ଗନାଜ ମନ୍ଦିରରେ ପହଞ୍ଚି ଯାଞ୍ଚ କରିବାଆରମ୍ଭ କରିଛନ୍ତି । ଏହି ୫ଜଣିଆ ଟିମ୍‌ରେ ଦୁଇଜଣ ବରିଷ୍ଠ ଅଧିକାରୀ ଅଛନ୍ତି ।ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ମକଡ୍ରିଲ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦୀଙ୍କ ଅଚାନକ ହମଲାକୁ କିଭଳି ଏଡା ଯାଇ ପାରିବ ଏନେଇ ମକଡ୍ରିଲ କରିବ ଏନଏସଜି ।

ସେହିପରି ଆସନ୍ତା ୧୮ତାରିଖରେ ପୁରୀରେ ମଧ୍ୟ ଏନ୍‌ଏସଜି ଟିମ୍‌ ମକଡ୍ରିଲ୍‌ କରିବାର ସୂଚନା ରହିଛି । ତେବେ ଏହାପୂର୍ବରୁ କୋଣାର୍କ ମନ୍ଦିରର ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ବିଭିନ୍ନ ସ୍ଥାନରେ ଓଡିଶା ପୋଲିସ ସହିତ ମିଶି ମକଡ୍ରିଲ୍‌ କରିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

seven + eleven =